ପୁରୀ, ୨୦/୫ : ସଂସ୍କୃତ ଭାଷାକୁ ଲୋକପ୍ରିୟ ଲୋକଭାଷାରେ ପରିଣତ କରିବା ଲକ୍ଷ୍ୟରେ ପ୍ରତିୟିତ ରାଷ୍ଟ୍ରୀୟ ସଂସ୍ଥା ଲୋକଭାଷା ପ୍ରଚାର ସମିତି ପକ୍ଷରୁ ଆୟୋଜିତ ସଂସ୍କୃତ ପ୍ରଶିକ୍ଷଣ ଶିବିରକୁ ଉଦ୍ଘାଟନ କରି ନିଗମାନନ୍ଦ ସରସ୍ୱତୀ ଆଶ୍ରମର ଅଧ୍ୟକ୍ଷ ସ୍ୱାମୀ ଡ. ଶଙ୍କରାନନ୍ଦ ସରସ୍ୱତୀ କହିଲେ ଯେ, ସଂସ୍କୃତ ଭାଷା ହିଁ ଭାରତବର୍ଷକୁ ବିଶ୍ୱଗୁରୁର ପରିଚୟ ପ୍ରଦାନ କରିଅଛି । ସମିତିର ରାଷ୍ଟ୍ରୀୟ ଅଧ୍ୟକ୍ଷ ଡକ୍ଟର ସଦାନନ୍ଦ ଦୀକ୍ଷିତଙ୍କ ସଭାପତିତ୍ୱରେ ଶ୍ରୀ ଜଗନ୍ନାଥ ବେଦକର୍ମକାଣ୍ଡ ମହାବିଦ୍ୟାଳୟରେ ଆୟୋଜିତ ଏହି ଦଶଦିନିଆ ଆବାସିକ ଶିବିରରେ ବିଶିଷ୍ଟ ଅତିଥି ଭାବେ ଯୋଗଦେଇ ଅଧ୍ୟକ୍ଷ ଡ. ଜଗବନ୍ଧୁ ମିଶ୍ର ସମିତି ଦ୍ୱାରା ପ୍ରଶିକ୍ଷିତ ଛାତ୍ରଛାତ୍ରୀଗଣ ସମଗ୍ର ବିଶ୍ୱରେ ପ୍ରତିଷ୍ଠିତ ବୋଲି ମତବ୍ୟକ୍ତ କରିଥିଲେ । ପ୍ରାରମ୍ଭରେ ବେଦଭବନର ଅଧ୍ୟାପକ ଦୟାନିଧି ପଣ୍ଡାଙ୍କ ବେଦଧ୍ୱନି ପରେ ପ୍ରାଧ୍ୟାପିକା ଡକ୍ଟର ହରପ୍ରିୟା ଦାଶ ସ୍ୱାଗତାଭିଭାଷଣ କରିଥିଲେ । ମୁଖ୍ୟାତିଥି ବେଦଭବନର ସଂପାଦକ ପଣ୍ଡିତ ଶ୍ୟାମସୁନ୍ଦର ଦାଶ ସଂସ୍କୃତ ଭାଷାକୁ ରାଷ୍ଟ୍ରଭାଷା ଭାବେ ସ୍ୱୀକାର କରିବାକୁ ଦାବି କରିଥିଲେ । ମୁଖ୍ୟବକ୍ତା ତିରୁପତି ସଂସ୍କୃତ ବିଦ୍ୟାପୀଠର ପ୍ରଫେସର ସତ୍ୟନାରାୟଣ ଆଚାର୍ଯ୍ୟ କହିଲେ ଯେ, ସଂସ୍କୃତ ସମ୍ଭାଷଣ ଆନ୍ଦୋଳନ ଦ୍ୱାରା ଆଜି ସଂସ୍କୃତ ଭାଷା ଓ ସଂସ୍କୃକମାନଙ୍କର ପ୍ରଭୂତ ବିକାଶ ହୋଇପାରିଛି । ସମିତିର ତାମିଲନାଡୁ ଶାଖା ସଂପାଦକ ଚେନ୍ନଇ କେନ୍ଦ୍ରୀୟ ବିଦ୍ୟାପୀଠର ପ୍ରାଚାର୍ଯ୍ୟ ଡ. ଭି.କଲ୍ୟାଣରାମନ୍ ଲୋକଭାଷା ପ୍ରଚାର ସମିତି କିପରି ତାଙ୍କ ଜୀବନକୁ ଋଦ୍ଧିମନ୍ତ କରିଛି ତାହା ପ୍ରକାଶ କରିଥିଲେ । ସମିତିର କେନ୍ଦ୍ରୀୟ ସଚିବ ଶେଷରେ ପ୍ରଶିକ୍ଷକ ଶ୍ରୀ ମନୋରଞ୍ଜନ ପୁଜାରୀ ଧନ୍ୟବାଦାର୍ପଣ କରିବା ଅବସରରେ କହିଥିଲେ ଯେ, ଶିବିରରେ ବିଭିନ୍ନ ସ୍ଥାନରୁ ଶତାଧିକ ଶିକ୍ଷାର୍ଥୀ ଯୋଗଦେଇଛନ୍ତି । ଆଗାମୀ ୨୪ ତାରିଖରେ ଏହା ଉଦ୍ୟାପିତ ହେବ ।
Tuesday, May 22, 2018
ରାଷ୍ଟ୍ରସ୍ତରୀୟ ସଂସ୍କୃତ ପ୍ରଶିକ୍ଷଣ ଶିବିର ଉଦ୍ଘାଟିତ

Subscribe to:
Post Comments (Atom)
No comments:
Post a Comment